ହେ ବନ୍ଧୁ - ସମୀର କୁମାର ମହାମଲ୍ଲୀକଙ୍କ ରଚନାରୁ




ବନ୍ଧୁତା କରିବା କାହିଁକି
ବୁଝିବ କିଏ ବନ୍ଧୁତାର ସମ୍ପର୍କ
ଆଜି ଦୁନିଆରେ କେବଳ ସ୍ଵାର୍ଥ
ସ୍ଵାର୍ଥ ଥିଲେ କଣ ବନ୍ଧୁତା ହୁଏ ?
ସ୍ୱାର୍ଥୀ ବନ୍ଧୁ କରିବା କଣ 
କାହିଁକି ହେବ ଅପମାନିତ
ଯିଏ ସ୍ୱାର୍ଥକୁ ଶ୍ରେଷ୍ଠ ବୋଲି ଭାବେ
ତା' ସହିତ କାହିଁକି କରିବ ବନ୍ଧୁତା !
ବନ୍ଧୁ ନ ଥିଲେ କଣ ହେବ
ମନରେ ଥିବ ତ ଶାନ୍ତି
ଅଯଥାରେ ସ୍ୱାର୍ଥୀ ବନ୍ଧୁ ପାଇଁ
ହବା କଣ ପାଇଁ ଦୁଃଖି । 
ଯଦି ବନ୍ଧୁତା କରିବାର ଅଛି
କର ପରମେଶ୍ଵରଙ୍କ ଠାରେ
ସେହି ବୁଝିବେ ତୁମ ମନ କଥା
କରିବେ ତୁମ୍ଭ ପାଇଁ ହିତକର ଚିନ୍ତା । 

ସମୀର କୁମାର ମହାମଲ୍ଲୀକ 
କୁଶୁର୍ଡା, ସୋହେଲା, ବରଗଡ଼ 
ମୋ-୮୨୪୯୫୭୮୦୨୫

Post a Comment

0 Comments